ମୁଆଦିଲ୍ଲୀ,୩୦/୦୭: କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ ଆଜିଙ୍କ୍ୟ ରାହାଣେ । ୧୦୭୨ ଦିନ କ୍ରିକେଟରୁ ଦୂରେଇ ରହିବା ପରେ ଶେଷରେ ସମସ୍ତ ଫର୍ମାଟରୁ କ୍ରିକେଟର ଆଜିଙ୍କ୍ୟ ରାହେଣେ ସନ୍ୟାସ ନେଇଛନ୍ତି । ୧୭ ବର୍ଷର କ୍ରିକେଟ କ୍ୟାରିୟରକୁ ଶେଷରେ ଅଲବିଦା କହିଛନ୍ତି ରାହାଣେ । ରାହାଣେ ୮୫ଟି ଟେଷ୍ଟ ମ୍ୟାଚ, ୯୦ଟି ଦିନିକିଆ, ଏବଂ ୨୦ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ରାହଣେ ଶେଷଥର ପାଇଁ ଚଳିତ ବର୍ଷ ଆଇପିଏଲ ଖେଳିଥିଲେ । କୋଲକାତା ନାଇଟ ରାଇର୍ଡସର ସେ ନେତୃତ୍ବ ନେଇଥିଲେ । ରାହାଣେ ଏକ ଭାବବିହ୍ବଳ ପୋଷ୍ଟ କରି କହିଛନ୍ତି ଯେ ଜୀବନର ବାସ୍ତବତା ହେଉଛି ସବୁର ଏକ ଆରମ୍ଭ ଥାଏ ଏବଂ ଶେଷ ଥାଏ । ଯେତେବେଳେ ସମୟ ଆସିବ ଆପଣଙ୍କୁ ସମ୍ମାନ ଦେଇ ଆଗକୁ ବଢିବାକୁ ହେବ । ରାହାଣେ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ଟି-ଟ୍ବେଣ୍ଟି କ୍ରିକେଟରେ ଆନ୍ତର୍ଜାତିକ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ।