ନୂଆଦିଲ୍ଲୀ,୨୯/୦୭: ଉତ୍ତର ଓଡ଼ିଶାରେ ବନ୍ୟା ବିଭୀଷିକା ପରେ ଡରାଇଛି ମହାନଦୀ। ପଶ୍ଚିମ ଓଡ଼ିଶା ଓ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି। ତଳିଆ ଅଂଚଳର ଲୋକଙ୍କୁ ସତର୍କ କରିଛନ୍ତି ସରକାର। ବିଶେଷକରି ତେଲ, ଇବ୍, ଜିରା ନଦୀର ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀକୁ ବନ୍ୟା ଜଳ ପ୍ରବେଶ କରୁଛି। ମହାନଦୀର ଜଳସ୍ତର ବଢୁଛି। ଯାହାକି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଣିପାରେ ବୋଲି ଆକଳନ କରିଛି ଜଳସମ୍ପଦ ବିଭାଗ। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ମୁଣ୍ଡୁଳି ଦେଇ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଜଳପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି।