ଭାରତରେ ଗଡ଼ିଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭/୦୭: ଭାରତରେ ଗଡ଼ିଲା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ଏହାସହ ଆଜି ଭାରତୀୟ ରେଳବାଇ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଯାତ୍ରୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ-ସୋନିପତ୍ ରୁଟରେ ଏହି ଐତିହାସିକ ଟ୍ରେନର ଚଳାଚଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏହି ଟ୍ରେନର ବିଶେଷତ୍ବ ହେଉଛି ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ପାରମ୍ପରିକ ଡିଜେଲ୍ ଇଞ୍ଜିନ ସ୍ଥାନରେ ଏଥିରେ ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର ହେବ। ସାଧାରଣ ଡିଜେଲ୍ ଟ୍ରେନ୍ ପରି ଧୂଆଁ ଛାଡ଼ିବ ନାହିଁ। ପ୍ରଦୂଷଣ କମିବ ଏବଂ ପରିବେଶ ସୁରକ୍ଷା ହେବ। ଏହି ଟ୍ରେନ୍ ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେଡା, ଭାପେଗା, ଲାଥ, ମୋହନା, ଇଶାପୁର ଖେରି, ବୁଟାନା, ଖଣ୍ଡରାଇ, ଗୋହାନା, ରାବ୍ରା ଏବଂ ବାରୱାସନି ଷ୍ଟେସନ ରହିବ। ଯାତ୍ରୀ କ୍ଷମତାରେ ମଧ୍ୟ ଏହା ଅତ୍ୟାଧୁନିକ । ୧୦ଟି କୋଚ୍ ବିଶିଷ୍ଟ ଏହି ଟ୍ରେନରେ ରହିଛି ୮ଟି ଯାତ୍ରୀ କୋଚ୍ ଏବଂ ୨ଟି ହାଇଡ୍ରୋଜେନ୍ ପାୱାର କୋଚ୍। ଏକାଥରେ ପ୍ରାୟ ୨୬ ଶହ ଯାତ୍ରୀ ଯାଇପାରିବେ। ଏଥିରେ ସୁରକ୍ଷା ପାଇଁ ମଧ୍ୟ ରହିଛି ବିଶେଷ ବ୍ୟବସ୍ଥା ।

Leave a Reply

Your email address will not be published. Required fields are marked *