ବାଗେଶ୍ବର ବାବାଙ୍କ ଭାଇଙ୍କୁ ଗିରଫ କଲା ପୋଲିସ, ଲାଗିଛି ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ,୧୫/୦୭: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବା ବାଗେଶ୍ବର ବାବାଙ୍କ ଭାଇ ଶାଲିଗ୍ରାମ ଗର୍ଗଙ୍କୁ ପୁଲିସ ଗିରଫ କରିଛି। ଜମି ବିବାଦକୁ କେନ୍ଦ୍ର କରି ମାରପିଟ୍ ଏବଂ ଗୁଳି ଚଳାଇବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜନଗର ଥାନା ଅନ୍ତର୍ଗତ କୋଣ୍ଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶାଲିଗ୍ରାମଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଙ୍କିତ ମିଶ୍ରଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇ କୋର୍ଟରେ ହାଜର କରିଛି ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରଖିଛି।

Leave a Reply

Your email address will not be published. Required fields are marked *