ଭୁବନେଶ୍ୱର,୧୪/୦୭: ଦୁଇ ଦିନ ପ୍ରବଳ ବର୍ଷା । ସାରା ଓଡ଼ିଶାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ନେଇ ଆଜି ଓ ଆସନ୍ତାକାଲି ପାଇଁ ୩୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି କନ୍ଧମାଳ ପାଇଁ ଅରେଞ୍ଜ ୱାଣ୍ଣିଂ ଜାରି ହୋଇଥିବା ବେଳେ ବାକି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ଗଜପତି ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅରେଞ୍ଜେ ୱାର୍ଣ୍ଣିଂ ଏବଂ ବାକି ୨୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଉତ୍ତର ବଙ୍ଗୋପସାଗରରେ ପୁଣି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଆସନ୍ତକାଲି ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ ।
ପାଣିପାଗ ବିଜ୍ଞାନୀଙ୍କ ଆକଳନ ମୁତାବକ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ।ଲଘୁଚାପ ପ୍ରଭାବରେ ତେବେ ୧୭ରୁ ବର୍ଷାର ପରିମାଣ ବଢିବ। ଏବଂ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆକଳନ କରାଯାଇଛି ।