ରଥଯାତ୍ରା ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ‘ସାଇବର ସାଥୀ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,୧୩/୦୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ରାଜ୍ୟ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ‘ସାଇବର ସାଥୀ’ ଅଭିଯାନ ଆରମ୍ଭ କରାଯାଇଛି। ରଥଯାତ୍ରା ସମୟରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଏବଂ ପୁରୀ ପୋଲିସ ମିଳିତ ଭାବେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୯ଟି ନକଲି (ଫେକ୍) ହୋଟେଲ ୱେବପେଜ୍‌କୁ ବନ୍ଦ କରାଯାଇଥିବା ବେଳେ, ରଥଯାତ୍ରା ସମ୍ପର୍କିତ ଭ୍ରମାତ୍ମକ ସୂଚନା ଓ ପ୍ରସାଦ ଦାନ ନାଁରେ ଠକେଇ କରୁଥିବା ୧୬ଟି ୟୁଆରଏଲ୍ (URL) କୁ ବ୍ଲକ୍ କରାଯାଇଛି।ସୂଚନା ଅନୁସାରେ, ସାଇବର ଠକମାନେ ନକଲି ୱେବସାଇଟ୍ ଜରିଆରେ ହୋଟେଲ ବୁକିଂ ନାଁରେ ଭକ୍ତଙ୍କୁ ଶିକାର କରୁଥିବା ନଜରକୁ ଆସିବା ପରେ ପୋଲିସ ତତ୍ପରତା ପ୍ରକାଶ କରିଛି। କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରି ସେମାନଙ୍କ ୱେବସାଇଟ୍‌ର ସୁରକ୍ଷା ଯାଞ୍ଚ କରିବା ସହ ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ସଚେତନ କରିଛନ୍ତି।

Leave a Reply

Your email address will not be published. Required fields are marked *