ଅଣସର ଘରେ ଦୀର୍ଘ ଦିନର ଗୁପ୍ତ ଉପଚାର ପରେ ସୁସ୍ଥ ହେଲେ ମହାପ୍ରଭୁ

ଭୁବନେଶ୍ୱର,୧୨/୦୭: ଅଣସର ଘରେ ଦୀର୍ଘ ଦିନର ଗୁପ୍ତ ଉପଚାର ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ବୈଦ୍ୟଙ୍କ ପରାମର୍ଶକ୍ରମେ ମହାପ୍ରଭୁଙ୍କୁ ବିଶେଷ ‘ଦଶମୂଳ ଓଷୁଅ’ ଲାଗି ହେବା ପରେ ଶ୍ରୀଜିଉମାନେ ଆରୋଗ୍ୟ ଲାଭ କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତାର ଶୁଭ ଖବର ଗଜପତି ମହାରାଜାଙ୍କ ପାଖରେ ପହଞ୍ଚିବା ପରେ ସରିଛି ରାଜପ୍ରସାଦ ବିଜେ। ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ। ଦିନକ ପରେ ନବଯୌବନ ଦର୍ଶନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଲାଣି ପୁରୀ ସହର। ଅନବସର ସମୟରେ ଶ୍ରୀଅଂଗରୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅର ବିଜେ କରିଛନ୍ତି।

ରାଜପ୍ରସାଦ ବିଜେ ନୀତି ସମ୍ପନ୍ନ ପରେ ଦଇତାପତି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା। ରଥଯାତ୍ରା କିଭଳି ଶାନ୍ତିଶୃଂଖଳାର ସହ ହେବ ସେ ନେଇ ଆଲୋଚନା କରିଛନ୍ତି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁପାଳନ କରିବା ପାଇଁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *