ଭୁବନେଶ୍ୱର,୦୪/୦୭: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅସରାଏ ବର୍ଷାରେ ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି । ଆଉ ଏହି ବର୍ଷା ପାଣି ନିଷ୍କାସନ ପାଇଁ ନା ଅଛି ମଜବୁତ ଡ୍ରେନ, ନା ଅଛି କିଛି ବିକଳ୍ପ ବ୍ୟବସ୍ଥା । ଯାହାର ବିକଳ ଚିତ୍ର ଆଜି ସାମ୍ନାକୁ ଆସିଛି । ରାଜଧାନୀର ବାଣୀବିହାର ଛକରେ ଆଜି ଡ୍ରେନରେ ପଡି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ । ପୁଲିସ, ଅଗ୍ନିସମବାହିନୀ, ଓ ଉଦ୍ଧାରକାରୀ ଟିମ୍ ଦ୍ୱାରା ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖବର ମିଳିପାରିନାହିଁ । ଏଣୁ ଆଜି ଅତ୍ୟାଧିକ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଛି ।