ଭୁବନେଶ୍ୱର,୩୦/୦୬: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭିମ୍ସାରର ଦୁଇ ଅଧିକାରୀ । ସମ୍ବଲପୁର ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଧନୁର୍ଦ୍ଧର ବିଶ୍ୱାଳ ଓ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ଭିଜିଲାନ୍ସ ରେଡ଼ । ଧନୁର୍ଦ୍ଧର ବିଶ୍ୱାଳଙ୍କ ଘର ସମେତ ୪ ସ୍ଥାନରେ ତନାଘନା । ତାଙ୍କ ଘରୁ ନଗଦ ୨୦ ଲକ୍ଷରୁ ଅଧିକ ଟଙ୍କା ମିଳିଛି । ୧୦ ଟଙ୍କିଆ ବିଡାରୁ ଆରମ୍ଭ କରି ୫୦୦ ଟଙ୍କିଆ ପର୍ଯ୍ୟନ୍ତ । ସୁନା ଗହଣା ବି ଯାହାକୁ ଯେତେ । ଏଥିସହ ୨୫ରୁ ଅଧିକ ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଗୋଟିଏ ହାଇୱା, ୨ ଟ୍ରାକ୍ଟର, ଦାମୀ କାର୍, ୩ଟି ଦୁଇ ଚକିଆ ମଧ୍ୟ ଅଛି ।
ସେହିଭଳି ଆଉ ଜଣେ ଅଫିସର ଷ୍ଟିୱାର୍ଡ ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେର । ସୌରଭ ବିହାରରେ ୬ ହଜାର ୫ଶହ ସ୍କୋୟାର୍ ଫୁଟ୍ର ଜାଗାରେ ସୁନ୍ଦର କୋଠା ତିଆରି କରୁଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ପାଖରେ ବି ଗୋଟିଏ ଘର ରହିଛି । ଏଥିସହ ଆହୁରି ୧୦ଟି ପ୍ଲଟର ମାଲିକାନା ମଧ୍ୟ ଅଶ୍ୱିନୀ ବାବୁଙ୍କ ପାଖରେ ରହିଛି । ତାଙ୍କର ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି ।