Big Breaking: ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ଝଟକା, ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ,୨୫/୦୬: ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ଝଟକା। ଏଥିରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କେନ୍ଦ୍ର ଓ ମଧ୍ୟ ଭେନେଜୁଏଲାରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇ ଥର କମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ ୭.୫ ଓ ୭.୧ ରେକର୍ଡ ହୋଇଛି। ରାଜଧାନୀ କାରାକାସରେ ଦୋହଲିଛି ଭୂମି। ଭୂକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ କୋଠା ଭୁଶୁଡି ପଡ଼ିଥିବା ଜଣାପଡିଛି। ରାଜଧାନୀ କାରାକାସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଦୋକାନ ବଜାର ସବୁ ଧ୍ବଂସ ସ୍ତୁପରେ ପରିଣତ ହୋଇଛି। ଭୂମିକମ୍ପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତଥାପି ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ତଥ୍ୟ ପ୍ରକାଶ କରାଯାଇନାହିଁ। ତୀବ୍ର କମ୍ପନ ପ୍ରଭାବରୁ ଭୟଭୀତ ହୋଇପଡିଥିଲେ ଲୋକେ। ଆତଙ୍କିତ ହୋଇ ଘରୁ ବାହାକୁ ଦୌଡି ଆସିଥିଲେ। ତୀବ୍ର ଭୂକମ୍ପକୁ ନେଇ ସୁନାମୀ ଆଲର୍ଟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହୃତ କରାଯାଇଥିବା ଜଣାପଡିଛି। ଏମର୍ଜେନ୍ସି ଲାଗୁ ହେବ ସହ ସବୁ ବିମାନବନ୍ଦର ବନ୍ଦ ହୋଇଛି ।

Leave a Reply

Your email address will not be published. Required fields are marked *