ପୁଲୱାମାରେ ଭୂମିକମ୍ପ ଝଟକା ଅନୁଭୂତ, ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ ଥିବା ସୂଚନା

ନୂଆଦିଲ୍ଲୀ,୨୫/୦୬: ଜମ୍ମୁ-କାଶ୍ମୀରର ପୁଲୱାମାରେ ଆଜି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ହଠାତ୍ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା । ଭୂମିକମ୍ପର ଝଟକା ପୁଲୱାମା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ଅନେକ ଲୋକ ଘର ଓ କାର୍ଯ୍ୟାଳୟରୁ ବାହାରକୁ ଚାଲିଆସିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜନହାନି ହୋଇଥିବା ଖବର ଏପର୍ଯ୍ୟନ୍ତ ମିଳିନାହିଁ । ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଭୂମିକମ୍ପର ତୀବ୍ରତା ଓ କେନ୍ଦ୍ରସ୍ଥଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକମାନଙ୍କୁ ଅଯଥା ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *