ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକଙ୍କୁ ମିଳିଲା ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, ୨୩/୦୬: ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ । ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର । ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକ୍, ମମୁଟି, ଆର. ମାଧବନଙ୍କୁ ଭଳି କଳାକାରଙ୍କୁ ମଧ୍ୟ ମିଳିଛି ସମ୍ମାନ । କାର୍ଯ୍ୟକ୍ରମରେ ପହଞ୍ଚି ଅଲକା ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିଥିଲେ । ଅଲକା ଗତ ୪ ଦଶକରୁ ସଙ୍ଗୀତ ଦୁନିଆଁରେ ନିଜର ଅସ୍ତିତ୍ବ ବଜାୟ ରଖିଆସିଛନ୍ତି । ଫିଲ୍ମ ମେକର୍ ତଥା ଅଭିନେତା ଆର. ମାଧବନଙ୍କ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। ମାଲୟାଲମ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମମୁଟିଙ୍କୁ ମଧ୍ୟ ମିଳିଛି ପଦ୍ମଶ୍ରୀ ସମ୍ମାନ । ଦିବଙ୍ଗତ ଆକ୍ଟର ସତୀଶ ଶାହଙ୍କୁ ମଧ୍ୟ ଚଳଚ୍ଚିତ୍ର ଜଗତରେ ଶ୍ରେଷ୍ଠ ଅବଦାନ ଯୋଗୁଁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ମିଳିଛି ।

Leave a Reply

Your email address will not be published. Required fields are marked *