ଭୁବନେଶ୍ୱର,୨୧/୦୬: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷର ଶାସନ କାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ଜୁନ୍ ୨୪ରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ରାଜ୍ୟବ୍ୟାପୀ ‘ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ’ ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ଗତ ଦୁଇ ବର୍ଷ ମଧ୍ୟରେ ସହରାଞ୍ଚଳ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ।
ଏହି ସମ୍ପର୍କ ଅଭିଯାନ ନାଗରିକ ଓ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭ ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିକାଶ ଯାତ୍ରାରେ ଜନସାଧାରଣଙ୍କ ମଧ୍ୟରେ ମାଲିକାନା ଭାବନା ଜାଗ୍ରତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକାର ଟାଉନ୍ ହଲ୍ଠାରେ ଅପରାହ୍ନ ୩:୩୦ ମିନିଟ୍ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେବେ।