ସରିଲା ବାହାଘର, ବିବାହ ବେଦିରେ ଦର୍ଶନ ଦେଉଛନ୍ତି ଦେବ ଦମ୍ପତି

ଭୁବନେଶ୍ୱର,୧୯/୦୬: ଧୁମଧାମରେ ସରିଯାଇଛି ଶିବ-ପାର୍ବତୀ ବିବାହ । ବିବାହ ବେଦିରେ ଯୁଗଳ ମୂର୍ତ୍ତି ଦର୍ଶନ ଦେଉଛନ୍ତି । ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ମମୁଛି । ସମ୍ବଲପୁରର ବିଭିନ୍ନ ଶିବାଳୟରେ ଚାଲିଛି ଶିବ ବିବାହ ବା ଶୀତଳଷଷ୍ଠୀ ଯାତ୍ରା । ବର ବେଶରେ ବିରାଟ ପଟୁଆରରେ ଆସି ମାତା ପାର୍ବତୀଙ୍କୁ ବିବାହ କରି ସାରିବା ପରେ ବ୍ରାହ୍ମ ମୁହୂର୍ତ୍ତରୁ ବିବାହ ବେଦିରେ ଦର୍ଶନ ଦେଉଛନ୍ତି ନବ ଦମ୍ପତି । କନ୍ୟା ପକ୍ଷ କନ୍ୟାଦାନ କରି ଯେତିକି ଖୁସି ସେତିକି ଦୁଃଖୀ ମଧ୍ୟ ହେଉଛନ୍ତି, କାରଣ ମାତା ପାର୍ବତୀଙ୍କୁ ବିଦାୟ ଦେବେ । ଅନ୍ୟପଟେ ବ୍ରାହ୍ମଣ, ପଣ୍ଡିତ, ବନ୍ଧୁବାନ୍ଧବ, ସମସ୍ତେ ଖୁସି ଏହି ବିବାହରେ ସାମିଲ ହୋଇଛନ୍ତି । ବର କନ୍ୟା ବେଶରେ ନବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନରେ ବେଶ ଖୁସି ଭକ୍ତ ଶ୍ରଦ୍ଧାଳୁ । ଆଜି ବ୍ରାହ୍ମ ମୁହୂର୍ତ୍ତରୁ ଯୁଗଳ ମୂର୍ତ୍ତି ଦର୍ଶନ ଆରମ୍ଭ ହୋଇ ଦିନ ତମାମ ଚାଲିବା ସହିତ ସନ୍ଧ୍ୟାରେ ବାଜା, ବାଣ ରୋଷଣୀ କରି ବରବଧୂ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *