ମହାକାଳପଡ଼ା ସରପଞ୍ଚ ଚାମେଲି ଘଟଣାରେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୪/୦୬: କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଛି, ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ସ୍ଥାନୀୟ ଏସପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ । ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଏହାକୁ ନେଇ ଯେଉଁ ଖବର ଆସୁଛି, ସେଥିପ୍ରତି ସରକାର୍ ଅବଗତ ଅଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ, କିଏ ସମ୍ପୃକ୍ତ ଅଛି ଏବଂ ଦୋଷ କାହାର, ତା’ର ସ୍ପଷ୍ଟତା ଆସିବ । ସେପଟେ ଘଟଣାରେ ବିରୋଧୀଙ୍କ ଭୂମିକାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଆଇନ୍ ମନ୍ତ୍ରୀ । କହିଛନ୍ତି, କୌଣସି ଘଟଣା ଘଟିଲେ, ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ । ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ । ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ।

Leave a Reply

Your email address will not be published. Required fields are marked *