ନୂଆଦିଲ୍ଲୀ,୧୩/୦୬: ଆସାମ ଜୋରହା ଟସ୍ଥିତ ଭାରତୀୟ ବାୟୁସେନା ଘାଟିରେ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ବିମାନଘାଟିରେ ଅବତରଣ ବେଳେ ବାୟୁସେନାର ଏ.ଏନ୍-୩୨ ବିମାନରେ ଅଚାନକ ନିଆଁ ଲାଗିଯାଇଥିଲା । ବିମାନଘାଟିରେ ଥିବା ଅଗ୍ନିଶମ ବାହିନୀ ଏବଂ ଜରୁରିକାଳୀନ ଟିମ୍ ନିଆଁକୁ ନିୟନ୍ତ୍ରଣ କରିଥିଲେ। ତେବେ ଏହି ଦୁର୍ଘଟଣାରେ ବାୟୁସେନାର ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ବିମାନଟି ଅବତରଣ କରିବା ପରେ ସେଥିରୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । ବିମାନ ଦୁର୍ଘଟଣା ଘଟିଥିବା ସମ୍ପର୍କରେ ଏକ ବିବୃତିରେ କହିଛି ଭାରତୀୟ ବାୟୁସେନା । ସୂଚନା ଅନୁସାରେ, ବିମାନଟି ଏୟାରଷ୍ଟ୍ରିପରେ ଅବତରଣ କରି ନପାରି ପାଖରେ ଥିବା ଏକ ସ୍ଥାନରେ ଅବତରଣ କରିଥିଲା । ଏହି କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏବେ ଭାରତୀୟ ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।