ସ୍ନାନପୂର୍ଣ୍ଣିମା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ, ମୁତୟନ ହେବେ ୭୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ

ଭୁବନେଶ୍ୱର,୧୧/୦୬: ଆସନ୍ତା ଜୁନ୍ ୨୯ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବକୁ ସୁରକ୍ଷିତ, ଶୃଙ୍ଖଳିତ ପରିବେଶ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ନାନପୂର୍ଣ୍ଣିମା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ମୁତୟନ ହେବେ ୭୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ବରିଷ୍ଠ ଅଧିକାରୀସ୍ତରରେ ୬ ଜଣ ଏସପି/କମାଣ୍ଡାଣ୍ଟ, ୧୭ ଜଣ ଅତିରିକ୍ତ ଏସପି ମୁତୟନ ରହିବେ। ୪୨ ଜଣ ଡିଏସପି ୯୪ ଜଣ ଇନ୍ସପେକ୍ଟରଙ୍କୁ ଶାନ୍ତିଶୃଙ୍ଖଳା ଦାୟିତ୍ଵ ଦିଆଯାଇଛି। ୩୫୨ ଏସଆଇ/ଏଏସଆଇ, ୫୩ ହାବିଲଦାର, ୪୨୮ ଜଣ କନଷ୍ଟେବଳ ମୁତୟନ ହେବେ। ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଓ ସୁଦୃଢ଼ ବ୍ୟାରିକେଡ ବ୍ୟବସ୍ଥା କରାଯିବ।
ଶ୍ରୀମନ୍ଦିର ଭିତରେ, ଚାରିପାଖରେ ଓ ସବୁ ବ୍ୟାରିକେଡରେ ସିସିଟିଭି କ୍ୟାମେରା ଲାଗିବ। ବ୍ୟାରିକେଡ, ମନ୍ଦିର ଭିତରେ ଓ ମନ୍ଦିର ବାହାରେ ପ୍ରସ୍ତୁତ ରହିବେ ସ୍ୱତନ୍ତ୍ର କ୍ରାକ୍ ଟିମ୍। ପକେଟମାର୍, ଚେନ୍ ଲୁଟେରାଙ୍କୁ ରୋକିବା ଉପରେ ଗୁରୁତ୍ୱ ଦେଇଛି ପୁଲିସ ପ୍ରଶାସନ। ଆଣ୍ଟି ସ୍ନାଚିଂ ସ୍କ୍ୱାଡ୍ ସହ ଆକସ୍ମିକ ସ୍ଥିତି ପାଇଁ ‘ଷ୍ଟ୍ରାଇକିଂ ଫୋର୍ସ’ ମୁତୟନ ରହିବେ।

Leave a Reply

Your email address will not be published. Required fields are marked *