ନୂଆଦିଲ୍ଲୀ,୨୬/୦୨: ଦକ୍ଷିଣ ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ଡ୍ୟାସିଙ୍ଗ ଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ଚୁଲବୁଲି ନାୟିକା ରଶ୍ମିକା ମନ୍ଧାନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଫେବୃଆରି ୨୬ ତାରିଖରେ ଉଦୟପୁରର ଏକ ବିଳାସପୂର୍ଣ୍ଣ ରିସର୍ଟରେ ଦୁହେଁ ଦୁହିଁଙ୍କୁ ସାତ ଜନ୍ମର ସାଥୀ କରିବା ପାଇଁ ଶପଥ ନେଇଛନ୍ତି । ତେବେ ଏହି ବିବାହରେ ଉଭୟ ପରିବାରର ରୀତିନୀତିକୁ ସମ୍ମାନ ଦିଆଯାଇଛି । ଦ୍ବିପ୍ରହରରେ ବିଜୟଙ୍କ ସଂସ୍କୃତିକୁ ଧ୍ୟାନରେ ରଖି ତେଲୁଗୁ ରୀତି ଅନୁସାରେ ବିବାହ କରାଯାଇଥିଲା । ରଶ୍ମିକା ସନ୍ଧ୍ୟାରେ କୋଡାଭା ରୀତି ଅନୁସାରେ ବିବାହ କରିଛନ୍ତି । ଦୁହିଁଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଅଭିନନ୍ଦନର ସୁଅ ଛୁଟିଛି । ଏହି ଲଭ୍ ବାର୍ଡ ଧଳା ଏବଂ ନାଲି ପୋଷାକରେ ପରୀ ରାଇଜର ରାଜା ଏବଂ ରାଣୀ ଭଳି ଦେଖାଯାଉଛନ୍ତି ।