ଭୁବନେଶ୍ୱର,୧୪/୧୧: ୨୦୨୪ ସାଧାରଣ ନିର୍ବାଚନ ଓ ବିଜେପି ସରକାର ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ। ଆଜି ଗଣତି ଆରମ୍ଭ ହୋଇଛି । ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ ୩୫୪୭ ଭୋଟରେ ଆଗୁଆ ଅଛି ବିଜେପି ।ପ୍ରଥମ ରାଉଣ୍ଡରେ ଢ଼ୋଲକିଆଙ୍କୁ ମିଳିଛି ୪୯୦୪ ଭୋଟ୍ । ଦ୍ୱିତୀୟ ସ୍ଥାନରେ ଥିବା ସ୍ନେହାଙ୍ଗିନୀଙ୍କୁ ୧୩୫୭ ଭୋଟ୍ । କଂଗ୍ରେସର ଘାସିରାମ ମାଝୀଙ୍କୁ ୧୩୦୮ ଭୋଟ୍ ମିଳିଛି ।