ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ତଦନ୍ତକାରୀ ଏଜେନ୍ସି ହାତରେ ଲାଗିଲା ବଡ଼ ସୁରାଗ

ନୂଆଦିଲ୍ଲୀ,୧୩/୧୧: ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ତଦନ୍ତକାରୀ ଏଜେନ୍ସି ହାତରେ ଲାଗଛି ବଡ଼ ସୁରାଗ । ଆତଙ୍କୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀର ସବୁଠୁ ଜନଗହଳୀପୂର୍ଣ୍ଣ ସ୍ଥାନ ।  ଦିଲ୍ଲୀର ୬ ଟି ସ୍ଥାନ ସମେତ ଦେଶ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା । ଏବଂ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ୩୨ରୁ ଅଧିକ ଭିନ୍ନ ଭିନ୍ନ କାର ଚୟନ କରାଯାଇଥିଲା । ଯେଉଁଥିରେ ମାରୁତି ସୁଜୁକି ବ୍ରିଜା, ମାରୁତି ସ୍ୱିଫ୍ଟ ଡିଜାୟାର ଏବଂ ଫୋର୍ଡ, ଇକୋସ୍ପୋର୍ଟ୍ସ ଭଳି କାର ଚୟନ କରାଯାଇଥିଲା । ବ୍ରାବ୍ରୀ ମସଜିଦ୍ ଭଙ୍ଗା ଦିବସ ଡିସେମ୍ବର ୬ରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି ।