ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣା, ମାମଲା ରୁଜୁ କରିଲା ସିବିଆଇ

ଭୁବନେଶ୍ୱର,୧୩/୧୧: ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ ।ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ମାମଲା ରୁଜୁ
ହୋଇଛି । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେଲା । ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ୍ ମାଗିଲା ସିବିଆଇ । ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ । ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । ସେପଟେ ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ୍ ଅହମ୍ମଦଙ୍କ ସମେତ ୨ ଆଶାୟୀ ଶେଖର ସାହୁ, ପ୍ରକାଶ ସାହୁଙ୍କ ଜାମିନ୍ ଆବେଦନ ନେଇ ଆଜି ଶୁଣାଣି ହେବ । ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ନେଇ ଶୁାଣାଣି କରାଯିବ । ବର୍ତ୍ତମାନ ସୁଦ୍ଧା ୧୨୬ ଜଣ ଚାକିରୀ କେଲେଙ୍କାରୀ ଘଟଣାରେ ଗିରଫ ହୋଇଛନ୍ତି।