ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡଠାକୁର,ନିଆଳି ମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର

ଭୁବନେଶ୍ୱର,୧୨/୧୧: ଆଜି ପ୍ରଥମାଷ୍ଟମୀ । ପ୍ରଥମାଷ୍ଟମୀରେ ପୋଢୁଆଁ ହେବେ ବଡଠାକୁର ।ଏଥିପାଇଁ ନିଆଳି ମାଧବାନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ପୁଣ୍ୟତୋୟା ପ୍ରାଚୀ ତଟରୁ ଶ୍ରୀକ୍ଷେତ୍ର ଆସିଛି ପୋଢୁଆଁ ଭାର । ଭଣଜାଙ୍କ ପାଇଁ ନୂଆବସ୍ତ୍ର ଓ ଫଳମୂଳ ପଠାଇଛନ୍ତି ନିଆଳିର ମାଧବାନନ୍ଦ ଜୀଉ । ମାମୁ ପଠାଇଥିବା ବସ୍ତ୍ର ପିନ୍ଧି ପୋଢୁଆଁ ହେବେ ବଡ଼ଠାକୁର । ଶ୍ରୀଜୀଉଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ପାନ, ଗୁଆ, କର୍ପୂର, ଅଗୁର ଓ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ପୁରୀ ଅଭିମୁଖେ ଯାଇଛନ୍ତି ୨୦ ଜଣ ବେହେରା ସେବକ। ୭ ବର୍ଷ ହେଲା ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର ।