ଆଜି ନୂଆପଡାରେ ରୋଡ଼ ଶୋ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୦୭/୧୧: ଜମୁଛି ନୂଆପଡା ଉପନିର୍ବାଚନ ପ୍ରଚାର । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର ପରେ ଆଜି ଯିବେ ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ଆଜି ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋଙ୍କ ଏହା ଦ୍ବିତୀୟ ନୂଆପଡା ଗସ୍ତ । ସେପଟେ ନବୀନଙ୍କ କାର୍ଯ୍ୟକ୍ରମ ଭଣ୍ଡୁର କରିବା ଅଭିଯୋଗ ଆଣିଲା ବିଜେଡି । ଏନେଇ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ରୋଡ ସୋକୁ ଭଣ୍ଡର କରିବାକୁ ଉଦ୍ୟମ କରାଯାଉଇଥିବା ବୋଲି ଅଭିଯୋଗ ଆଣିଛି ବିଜେଡି ।ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଂଚ ହୋଇଥିଲା ।