ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ, କହିଲେ ଆମେ ପ୍ରସ୍ତୁତ…

ଭୁବନେଶ୍ବର,୨୫/୧୦: ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ । ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ହେବ । ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ| ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି ହେବ।  ଆଜି ଏଭଳି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଆସନ୍ତାକାଲି ପୁଣି ଜିଲ୍ଲାପାଳଙ୍କ ସହ ବୈଠକ ଅଛି । କାଲି ସନ୍ଧ୍ୟା ସୁଦ୍ଧା ସ୍ପଟ ହେବ ବାତ୍ୟାର ଚିତ୍ର । ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା। ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ବାତ୍ୟା ୧ ହଜାର କିମି ଦୂରରେ ଅଛି । ଧୀରେ ଧୀରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।  ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ । ତୀବ୍ରତା ବଢ଼ିବାରେ ଲାଗିଛି । ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ |ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ୨୮ ଓ ୨୯ ଦୁଇ ଦିନ ଅବପାତ ଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ । ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଏବଂ ପୁରୀ, ଖୋର୍ଦ୍ଧା ,କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ । ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ ତେଣୁ ଆଏମଡିର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ । ୧୫ ଜିଲ୍ଲା ପ୍ରଭାବିତ ହେବ। ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି । ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତି ପାଇଁ । ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗକୁ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି ।