ନୂଆଦିଲ୍ଲୀ,୨୪/୧୦: ବେଙ୍ଗାଲୁରୁ -ହାଇଦ୍ରାବାଦ ଜାତୀୟ ରାଜପଥରେ ବସ୍ ଜଳି ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଥିଲା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରରକୁ ସମବେଦନା ଜଣାଇବା ସହ ଆହାତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ସୂଚନା ମୁତାବକ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନଏଚ ଉପରେ ହୁତୁ ହୁତୁ ହୋଇ ଏକ ଯାତ୍ରୀବାହୀ ବସ୍ ଜଳିଯାଇଛି । ବସ୍.ରେ ନିଆଁ ଲାଗି ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏନଏଚରେ ଏହି ଅଘଟଣ ଘଟିଛି । ଆନ୍ଧ୍ରର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ବାଇକ୍ ସହ ଧକ୍କା ହେବାରୁ ବସ୍ ଲାଗିଥିଲା ନିଆଁ । ବସ୍ ଯାଉଥିବା ବେଳେ ହଠାତ୍ ବସଟି ସାମ୍ନାପଟୁ ଆସି ପିଟି ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା । ବସରେ ପ୍ରାୟ ୪୨ ଜଣ ଯାତ୍ରୀ ଯାଉଥିଲେ ।