ଭୁବନେଶ୍ୱର,୦୯/୧୦: କଟକର ଗୋଷ୍ଠୀ ସଂଘର୍ଷକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀକୁ ଦୃଢ଼ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପ୍ରଥମେ ନିଜ କଥା ନିଜେ ବୁଝନ୍ତୁ ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା ଥିଲା । ସରକାର ସକ୍ଷମତାର ସହ ଦୁର୍ଘଟଣାକୁ ହ୍ୟାଣ୍ଡେଲ୍ କରିଛନ୍ତି । କଟକର ପରିସ୍ଥିତି ଆଉ ପାରିବେଶ ଯେଉଁ ଏବେ ଶାନ୍ତ ଅଛି । ଶାନ୍ତ ଥିବା କଟକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯଦି ପବର୍ତ୍ତାଇବାକୁ ଚାହିବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କଥା । ଓଡ଼ିଶାରେ ଯେତବେଳେ ଵି ହିଂସା ହୋଇଛି ତାକୁ ସରକାର ସଠିକତାର ସହ ହ୍ୟାଣ୍ଡେଲ୍ କରିଆସିଛନ୍ତି ।