ନୂଆଦିଲ୍ଲୀ,୫/୧୦: ଇସ୍ରାଏଲ ଗାଜା ଉପରେ ପୁଣି ପ୍ରଚଣ୍ଡ ଆକ୍ରମଣ କରିଛି । ଆଉ ଏହି ଆକ୍ରମଣରେ ୨୦ରୁ ଅଧିକ କୋଠା ଧୂଳିସାତ୍ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହମାସ ଶାନ୍ତି ପ୍ରସ୍ତାବ ମାନିବା ପାଇଁ ପ୍ରସ୍ତୁତ ଅଛି ବୋଲି ଦର୍ଶାଇ ବୋମାବର୍ଷା ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଇସ୍ରାଏଲ ଗାଜା ଉପରେ ଏଭଳି ଆକ୍ରମଣ କରିଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଗାଜା ସହରରେ ଇସ୍ରାଏଲର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦକ୍ଷିଣ ଗାଜାର ଖାନ୍ ୟୁନିସରେ ଅନ୍ୟ ଏକ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆତଙ୍କିତ ଲୋକେ ଅନ୍ୟତ୍ର ପଳାୟନ କରିଛନ୍ତି। ହମାସ ଟ୍ରମ୍ପଙ୍କ ଗାଜା ଯୋଜନାରେ ଇସ୍ରାଏଲୀ ପଣପନ୍ଦୀଙ୍କୁ ହମାସ୍ ମୁକ୍ତ କରିବା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛି ବୋଲି ଘୋଷଣା ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି।