ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଏକଦିବସୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୪/୧୦: ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଏକଦିବସୀୟ ଦଳ ଘୋଷିତ ହୋଇଛି। ଏକ ଦିବସୀୟ ଦଳ ପାଇଁ ଶୁବମନ ଗିଲ୍ ଅଧିନାୟକ ଥିବାବେଳେ ଦଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଫେରିଛନ୍ତି। ଟିମ୍ ଇଣ୍ଡିଆ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିରୋଧରେ ୩ ଏକ ଦିବସୀୟ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ବିସିସିଆଇର ଚୟନ ବୈଠକ ଅହମଦାବାଦରେ ଅନୁଷ୍ଠିତ ହୋଇଥିଲା।

ଏକ ଦିବସୀୟ ଦଳ:
ଶୁବମନ ଗିଲ୍(ଅଧିନାୟକ), ରୋହିତ ଶର୍ମା, ବିରାଟ ‌କୋହଲି, ଶ୍ରେୟସ ଆୟାର(ଉପଅଧିନାୟକ) କେଏଲ ରାହୁଲ(ୱିକେଟ କିପର), ଯଶସ୍ବୀ ଜୟସ୍ବାଲ, ଅକ୍ଷର ପଟେଲ୍, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା,ହର୍ଷିତ ରାଣା,ଧ୍ରୁବ ଜୁରେଲ(ୱିକେଟ କିପର)।

ଟି-୨୦ ଦଳ:
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ(ଉପ-ଅଧିନାୟକ), ତିଲକ ବର୍ମା, ନୀତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍କିପର), ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ(ୱିକେଟ୍ କିପର), ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର ।