ଭୁବନେଶ୍ୱର,୨୩/୦୯: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜିଲ୍ଲା ତହସିଲଦାର । ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଗରଦପୁର ବ୍ଲକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ନିକଟରୁ ଜମି ଜବରଦଖଲ ମୁକ୍ତ ଅର୍ଡର ବାହାର କରିବା ପାଇଁ ନେଉଥିଲେ ଲାଞ୍ଚ । ତହସିଲଦାର ଶିବ ମଲ୍ଲିକ ତହସିଲ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସରେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା। ତହସିଲଦାରଙ୍କର ପୈତୃକ ଘର , କ୍ବାଟର , ଅଫିସ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ ଚାଲିଛି। କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ଏହି ଚଢାଉରେ ସାମିଲ ଅଛନ୍ତି ।