ଭୁବନେଶ୍ୱର,୨୩/୦୯:ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି । ଅନ୍ୟପଟେ ପୁଲିସ୍ ସହ ବିଜେଡି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି । ଧସ୍ତାଧସ୍ତା ପରେ ଲୋୟର ପିଏମଜିରେ ପୁଲିସ୍ – ବିଜେଡି କର୍ମୀ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ଅନ୍ତିମ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଥିବା ଦେଖିବାକୁ ମିଳିଛି । ପରିସ୍ଥିତି ଭୟାବହ ହେବା ପରେ ପୁଲିସ୍ ପକ୍ଷରୁ ପାଣିମାଡ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ବିଜେଡିର ବିଧାନସଭା ଘେରାଉ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ସେ କହିଛନ୍ତି, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହୋଇନାହିଁ ବରଂ ପିସି କାରବାର ବନ୍ଦ ହୋଇଛି । ୪୦ ପ୍ରତିଶତ ପିସି କାରବାରରେ ରୋକ ଲାଗିଛି। ବିଜେଡିର ଚାମଚା ଏବଂ ଠିକାଦାରଙ୍କୁ ଏହା ବାଧିଛି। ମୋହନ ସରକାର ପଞ୍ଚାୟତକୁ ଶକ୍ତିଶାଳୀ କରିଛନ୍ତି । ବିକାଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।
