ନୂଆଦିଲ୍ଲୀ,୨୫/୦୮: ନୂଆ ସମ୍ବିଧାନ ସଂଶୋଧନ ବିଲକୁ ନେଇ ରାଜନୀତି ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ୩୦ ଦିନ ଜେଲରେ ରହିଲେ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପଦ ଛାଡ଼ିବା ଉଚିତ ବୋଲି କହିଛନ୍ତି ଶାହ । ଏଥିସହ ବିରୋଧୀ ଦଳର ନେତାମାନେ ଜେଲରୁ ସରକାର ଚଲାଇବାକୁ ଚାହୁଥିବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଅମିତ ଶାହ ସଫା ସଫା କହିଛନ୍ତି, ଗଣତନ୍ତ୍ରର ଗରିମା ପାଇ ଏହି ବିଲ୍ ନିହାତି ଆବଶ୍ୟକ । ଯଦି କୌଣସି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ଗମ୍ଭୀର ଅଭିଯୋଗରେ ଗିରଫ ହେଇ ଜେଲ୍ ଯାଉଛନ୍ତି, ଆଉ ୩୦ ଦିନ ଜେଲରେ ରହୁଛନ୍ତି, ତେବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିବ । ଜେଲରୁ ସରକାର ଚାଲିପାରିବନି ବୋଲି ସେ ସିଧା ସିଧା କହିଦେଇଛନ୍ତି ।