ଭୁବନେଶ୍ୱର,୨୪/୦୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ନଦୀ । ବାଲେଶ୍ବରର ରାଜଘାଟରେ ସତର୍କ ସଂକେତ ପାର କରିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟଠାରେ ସତର୍କ ସଂକେତ ୯.୪୫ ମିଟର ଥିବା ବେଳେ ଏବେ ସୁବର୍ଣ୍ଣରେଖା ୧୦.୩୫ ମିଟରରେ ପ୍ରବାହିତ ହେଉଛି ।ସେହିପରି ଭଦ୍ରକରେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୮.୪୨ ମିଟର ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ସେପଟେ ଲଘୁଚାପ ପ୍ରଭାବରେ ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ଆଜି ପାଇଁ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।