ନବୀନ ନିବାସରେ ପ୍ରେମ୍ ପଟ୍ଟନାୟକ, ସ୍ବାସ୍ଥାବସ୍ଥା ପଚାରି ବୁଝିବାକୁ ଆସିଥିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୨/୦୮: ନବୀନ ନିବାସରେ ନବୀନଙ୍କ ଭାଇ ପ୍ରେମ୍ ପଟ୍ଟନାୟକ । ନବୀନଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିବାକୁ ଆସିଥିବା ନେଇ ଚର୍ଚ୍ଚା ହେଉଛି। ଗତ ୧୭ ତାରିଖରେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସ ଫେରିଛନ୍ତି ବିରୋଧୀ ଦଳ ନେତା । ସୁସ୍ଥ ହୋଇ ମେଡିକାଲରୁ ନବୀନ ଫେରିବା ପରେ ତାଙ୍କୁ ଦେଖା କରିବାକୁ ଭାଇ ପ୍ରେମ୍ ପଟ୍ଟନାୟକ ଆସିଛନ୍ତି । ସେ ନବୀନ ନିବାସରେ ୪ରୁ ୫ ଦିନ ରହିବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ନବୀନଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗତ ୧୭ ତାରିଖରେ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ ନବୀନ ।