ଭୁବନେଶ୍ୱର, ୧୧/୦୮: ପଦ୍ମପୁର ନାବାଳିକା ଜଳିଯିବା ଘଟଣାରେ ଆଇଜି ହିମାଂଶୁ ଲାଲ୍ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଛନ୍ତି। ସ୍କୁଲ ଯିବା ଓ ମେଡିକାଲ ଯିବାକୁ ନେଇ ହୋଇଥିଲା ଝଗଡ଼ା । ଏହି ଘଟଣା ନେଇ ନାବାଳିକା ଆତ୍ମହତ୍ୟା କରିଥିବା ସୂଚନା ।ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି ।