ନୂଆଦିଲ୍ଲୀ,୧୧/୦୮: ୟୁରୋପର ବିଭିନ୍ନ ରାଷ୍ଟ୍ର ସହ ଆମେରିକାରେ ମୁଣ୍ଡ ଟେକିଛି ଓେଷ୍ଟ ନାଇଲ ଭାଇରସ୍। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଭୂତାଣୁରେ ଇଟାଲିରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଆମେରିକାରେ ମଧ୍ୟ ୧୨ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ସ୍ନାୟୁଗତ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ, ୟୁକ୍ରେନ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ୱେଷ୍ଟ୍ ନାଇଲ ଭାଇରସର ମାମଲା ରିପୋର୍ଟ ହୋଇଛି । ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଏହି ଭାଇରସ ଧୀରେ ଧୀରେ ବିଶ୍ୱ ସ୍ତରରେ ବ୍ୟାପିବାରେ ଲାଗିଛି ଏବଂ ଚିନ୍ତାର ବିଷୟ ହେଉଛି । ତଥାପି, ଭାରତରେ ଏହି ଭାଇରସର ବିପଦ ଏବେ ବି କମ୍ ରହିଥିବା ଜଣାପଡିଛି।