ଓଡ଼ିଶା ବିଧାନସଭାର ଏକ ପୋର୍ଟାଲ ଉନ୍ମୋଚିତ, ଏଣିକି ସାଧାରଣ ଲୋକଙ୍କ ହାତ ମୁଠାକୁ ଯିବ….

ଭୁବନେଶ୍ବର,୦୯/୦୮: ଓଡ଼ିଶା ବିଧାନସଭାର ଏକ ପୋର୍ଟାଲ ଉନ୍ମୋଚନ କରାଯାଇଛି। ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ଵାରା ଖୋଲାଯାଇଛି। ବିଧାନସଭା କେବଳ ଏହା ଭିତରେ ସୀମିତ ନ ହୋଇ ସାଧାରଣ ଲୋକଙ୍କ ହାତ ମୁଠାକୁ ଯିବ। ଏନେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ କାର୍ଯ୍ୟକାରୀ ହୋଇଛି, ବିଭିନ୍ନ କମିଟିରେ ହେଉଥିବା ବିଷୟବସ୍ତୁ ନେଇ ଆଲୋଚନା ଓ ସମାଧାନ ପାଇଁ କଣ ନେଉଛନ୍ତି ପଦକ୍ଷେପ ଏ ସମସ୍ତ ତଥ୍ୟ ରହିବ। ବିଧାୟକଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିଧାନସଭାର ତଥ୍ୟ କହିବ ଏହି ପୋର୍ଟାଲ।

ଅନ୍ୟପଟେ ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ। ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ। ଏଥିପାଇଁ ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି।