ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର,୧୬/୦୬:  ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ବିଜେପି ସରକାରକୁ ଏକ ପୂର୍ତ୍ତି ହୋଇଛି । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ବିଧିବଦ୍ଧ ଭାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଶୁକ୍ରବାର ଉତ୍ତର ପ୍ରଦେଶର କୁଶିନଗରରୁ ବାହାରି ଅପରାହ୍ଣ ୩.୪୦ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ୩.୪୫ ମିନିଟ୍‌ରେ ଏୟାରପୋର୍ଟରୁ ଜନତା ମୈଦାନ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିବେ ପ୍ରଧାନମନ୍ତ୍ରୀ । ୪.୧୫ ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ  । ୪.୧୫ରୁ ୫.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ସରକାରଙ୍କ ଉପଲବ୍ଧି ବିଷୟରେ ଆଲୋଚନା କରିବେ ।