ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ଦିନିଆ ବିଦେଶ ଗସ୍ତ, G7 ସମ୍ମିଳନୀରେ ଦେବବ ଯୋଗ

ନୂଆଦିଲ୍ଲୀ,୧୫/୦୬: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ଦିନିଆ ବିଦେଶ ଗସ୍ତ । ସୂଚନା ଅନୁସାରେ ୩ ଦେଶ ତଥା ସାଇପ୍ରସ, କାନାଡା ଓ କ୍ରୋଏସିଆକୁ ଗସ୍ତ କରିଚନ୍ତି ମୋଦି । ୧୫ରୁ ୧୬ ଜୁନ ସାଇପ୍ରସରେ, ୧୬ରୁ ୧୭ ଜୁନ କାନାଡାରେ ଓ ୧୮ ଜୁନ କ୍ରୋଏସିଆ ଯାଇ ୧୯ରେ ଭାରତକୁ ଫେରିବା କାର୍ଯ୍ୟକ୍ରମ ରହିଛି । ତେବେ ୩ ଦେଶର ଗସ୍ତ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିବ ମୋଦିଙ୍କ କାନାଡା ଗସ୍ତ । କାରଣ ଭାରତ ଓ କାନାଡା ମଧ୍ୟରେ ଖଲିସ୍ତାନୀଙ୍କୁ ନେଇ ବିବାଦ ଚାଲିଛି ଓ ଏହା ଭିତରେ କାନାଡାରେ ଆୟୋଜିତ G-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ତେବେ ୩ ଦେଶର ରାଷ୍ଟ୍ରନେତାଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *