ପହିଲି ରଜ ପରେ ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳରେ ସମସ୍ତେ ମସଗୁଲ

ଭୁବନେଶ୍ୱର,୧୫/୦୬: ପହିଲି ରଜ ପରେ ଆଜି ରଜ ସଂକ୍ରାନ୍ତି। ଚାରିଆଡେ ସବୁଠି ଉତ୍ସବର ମାହୋଲ । ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ ।ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ସେହିପରି ସକାଳୁ ସକାଳୁ ପୁରୀ ଜଗନ୍ନାଥ ଧାମ ସହ ରାଜ୍ୟର ବିଭିନ୍ନ ଦେବାଳୟ ମାନଙ୍କରେ ଲାଗିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼।

Leave a Reply

Your email address will not be published. Required fields are marked *