ଆଗାମୀ ୩ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା !

ଭୁବନେଶ୍ୱର,୧୪/୦୬: ରାଜ୍ୟରେ ଏବେ ମୌସୁମୀ ଜନିତ ବର୍ଷା ହେଉଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ରହିଛି । ମଧ୍ୟମ ଓ ହାଲୁକା ଧରଣର ବର୍ଷା, ବଜ୍ରପାତର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏପରିକି ୩ଟି ଜିଲ୍ଲାକୁ ସତର୍କ କରାଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ମଧ୍ୟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲା ଗୁଡ଼ିକ ହେଉଛି-: ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ଝଟକା ପବନ ( ୪୦-୬୦) କିଲୋମିଟର ପ୍ରତି ଘଣ୍ଟା ହେବା ନେଇ ପୂର୍ବାନୁମାନ କରି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଜୁନ୍ ୮ ତାରିଖରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଜୁନ୍ ୧୫ ଓ ୧୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, କଟକ ଏବଂ ନୟାଗଡ଼ ଭଳି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

Leave a Reply

Your email address will not be published. Required fields are marked *