ନୂଆଦିଲ୍ଲୀ,୧୩/୦୬: ଇରାନ ଉପରେ ଇସ୍ରାଏଲ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି । ଇରାନର ରାଜଧାନୀ ତେହେରାନ ନିକଟବର୍ତୀ ଅଞ୍ଚଳରେ ସାମରିକ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ । ଏହି ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଏହାର ପ୍ରମୁଖ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରାଯାଇ କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଇରାନରୁ ପ୍ରତିଶୋଧମୂଳକ ମିସାଇଲ ଓ ଡ୍ରୋନ ଆକ୍ରମଣର ଆଶଙ୍କା ରହିଛି । ଏହି ଆକ୍ରମଣ ପରେ ଇସ୍ରାଏଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ତେହେରାନର ଉତ୍ତର-ପୂର୍ବାଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଅପରେସନ ରାଇଜିଂ ଲାୟନ ଇରାନର ପରମାଣୁ ବିପଦକୁ ରୋକିବା ପାଇଁ ଆରମ୍ଭ ହୋଇଛି । ଇସ୍ରାଏଲର ଆକ୍ରମଣ ଇରାନର ମୁଖ୍ୟ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଛି ।