ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ, ବର୍ତ୍ତି ଯାଇଥିବା ରମେଶ ବିଶ୍ୱାସ କୁମାରଙ୍କୁ ହସ୍ପିଟାଲରେ ଭେଟିଲେ

ନୂଆଦିଲ୍ଲୀ,୧୩/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ଦୁର୍ଘଟଣାର ସ୍ଥିତି ଦେଖିବା ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରେ ଥିବା ଜଣେ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଅହମ୍ମଦାବାଦର ଯେଉଁ ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା, ସେହି ସ୍ଥାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ଯାଇ ଆହତଙ୍କୁ ଭେଟାଇଛନ୍ତି । ଏହାସହ ବର୍ତ୍ତି ଯାଇଥିବା ରମେଶ ବିଶ୍ୱାସ କୁମାରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ଦୁର୍ଘଟଣାକୁ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ସେ ଲଣ୍ଡନରେ ରହୁଥିବା ତାଙ୍କ ଝିଅଙ୍କୁ ଭେଟିବାକୁ ଯାଉଥିଲେ । ବିଜୟ ରୂପାନୀଙ୍କ ପତ୍ନୀ ଏବେ ଲଣ୍ଡନରେ ଅଛନ୍ତି । ବିଜୟ ରୂପାନୀ ଲଣ୍ଡନରେ ପହଞ୍ଚିବା ପରେ ପତ୍ନୀଙ୍କ ସହ ଝିଅ ଘରକୁ ଯାଇଥାନ୍ତେ। ସମସ୍ତ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରିଛି ଟାଟା ଗ୍ରୁପ ।

Leave a Reply

Your email address will not be published. Required fields are marked *