ଆଜିଠୁ ରାଜ୍ୟର ଅନେକ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୩/୦୬: ରାଜ୍ୟକୁ ଫେରିଛି ମୌସୁମୀ ଜନିତ ବର୍ଷା।ଫଳରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି। ଆଜିଠୁ ରାଜ୍ୟର ଅନେକ ଜିଲ୍ଲାରେ  ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭିନ୍ନ ସ୍ଥାନରେ ବର୍ଷା ହେଉଛି, ଗରମ ଗୁଳୁଗୁଳିରୁ ଜନ ସାଧାରଣଙ୍କୁ ମୁକ୍ତି ମିଳିଛି।ତେବେ ଆସନ୍ତା ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲା ମାନଙ୍କରେ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ପାଇଁ ଆଲର୍ଟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *