ଗୁଜରାଟରେ ଭୟଙ୍କର ବିମାନ ଦୁର୍ଘଟଣାରେ ୨୦୪ ମୃତ, ସହାୟତା ଘୋଷଣା କଲା ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ, ୧୨/୦6: ଗୁଜରାଟରେ ଭୟଙ୍କର ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ଜୀବନ ଯାଇଛି । ଅହମ୍ମଦାବାଦ ପୋଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି । ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର ଜାରି ରଖିଛି । ଭାରତୀୟ ଆର୍ମିର ୧୩୦ ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ସହାୟତା ନମ୍ବର ୧୮୦୦୫୬୯୧୪୪ ଜାରି କରିଛି ।ଏହାସହ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍‌ । ପ୍ରତି ମୃତକଙ୍କ ପରିବାର ପାଇଁ କୋଟିଏ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ଟାଟା ଗ୍ରୁପ୍‌ । ଖାଲି ସେତିକି ନୁହେଁ, ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ବି ବହନ କରିବ । ବିଜେ ମେଡିକାଲର ଯେଉଁ କୋଠା ଉପରେ ବିମାନ ଖସି ପଡ଼ିଥିଲା ତାହାର ଦାୟିତ୍ୱ ବି ଟାଟା ଗ୍ରୁପ ନେଇଛି । ଏହାକୁ ମରାମତି କରିବ ଟାଟା ଗ୍ରୁପ୍‌ । ଏହାକୁ ନେଇ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *