ଭୁବନେଶ୍ୱର, ୧୮/୦୫: ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ପରେ ଟାଙ୍ଗି ଦେଇଥିବା ନେଇ ବଢ଼ିଲା ସନ୍ଦେହ । ବଲାଙ୍ଗିର ଲରମ୍ଭା ଥାନା ଘସିଏନ ଗାଁରେ ସିଆରପିଏଫ ଯବାନ ଗଣେଶ ଭୁଏଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସନ୍ଦେହ ବଢ଼ିଛି । ଗତ ୩ ଦିନ ହେବ ନିଖୋଜ ଥିଲେ ଗଣେଶ । ଏବେ ତାଙ୍କ ମୃତଦେହ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।