ଆଜି ସରୁଛି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି, ଏହାପରେ କଣ ନିଆଯିବ ନିଷ୍ପତ୍ତି?

ନୂଆଦିଲ୍ଲୀ,୧୮/୦୫: ଆଜି ସରୁଛି ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧି। ଆଜି ପୁଣି ଥରେ ବସିପାରେ ଡିଜିଏମ୍‌ଓ ସ୍ତରୀୟ ବୈଠକ । ସୂଚନାଯୋଗ୍ୟ ଯେ ପହଲ୍‌ଗାମ ଆକ୍ରମଣ ପରେ ମେ ୭ ତାରିଖ ରାତିରେ ଅପରେସନ୍‌ ସିନ୍ଦୂର ଆରମ୍ଭ କରିଥିଲା ଭାରତ । ଏଥିରେ ପିଓକେ ଏବଂ ପାକିସ୍ତାନ ମାଟିରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯାଇଥିଲା। ତେବେ ପାକିସ୍ତାନ ପଟୁ ମଧ୍ୟ ଭାରତ ଉପରେ ଡ୍ରୋନ୍‌ ଆକ୍ରମଣ ହେବାରୁ ଭାରତ ଏହାର କଡ଼ା ଜବାବ ଦେଇଥିଲା । ୪ ଦିନର ଉତ୍ତେଜନା ପରେ ଯୁଦ୍ଧ ବିରାମ ପାଇଁ ଭାରତର ଡିଜିଏମଓଙ୍କୁ ଅପିଲ କରିଥିଲେ ପାକିସ୍ତାନର ଡିଜିଏମଓ । ମେ’ ୧୦ ତାରିଖରେ ପ୍ରଥମଥର ପାଇଁ ବୈଠକ ବସିଥିଲା । ୧୨ରେ ପୁଣି ଡିଜିଏମଓ ସ୍ତରରେ କଥାବାର୍ତ୍ତା ହୋଇଥିଲା । ଯୁଦ୍ଧ ବିରାମକୁ ୧୮କୁ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଆଜି ଏହି ଅବଧି ସରୁଥିବାରୁ ପୁଣି ଥରେ ଡିଜିଏମଓ ସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।