ନୂଆଦିଲ୍ଲୀ,୧୫/୦୫: ଜମ୍ମୁକାଶ୍ମୀର ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯବାନଙ୍କୁ ଭେଟିବା ପରେ ନିଜର ଅଭିଭାଷଣ ରଖିଛନ୍ତି। ସେନାର ସାହସକୁ ପ୍ରଶଂସା କରିବା ସହ କାଶ୍ମୀରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ’ଶତ୍ରୁ ସହ ଲଢିଥିବା ସେନା ଯବାନଙ୍କ ସାହସକୁ ମୋର ନମନ । ଯୁଦ୍ଧରେ ଆହତ ହୋଇଥିବା ଯବାନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ଭଗବାନଙ୍କ ପାଖରେ ମୋର ଏତିକି ପ୍ରାର୍ଥନା । ଅପରେସନ୍ ସିନ୍ଦୂରକୁ ସଫଳ କରିବା ପାଇଁ ସେନା ଯାହା କରିଛି ତାକୁ ନେଇ ଆମେ ଗର୍ବିତ’ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ସେହି ସାହସୀ ଲୋକଙ୍କୁ ଭେଟିବାକୁ ଆସିଛି, ଯେଉଁମାନେ ଶତ୍ରୁକୁ ପରାଜୟ କରିବାରେ ସାହସ ଦେଖାଇଛନ୍ତି । ଯେଉଁଭଳି ଭାବରେ ପାକିସ୍ତାନର ଅବସ୍ଥା ହୋଇଛି ତାହା କେବେ ପାକିସ୍ତାନ୍ ଭୁଲିପାରିବ ନାହିଁ । ମୁଁ କେବଳ ପ୍ରତିରକ୍ଷା ମନ୍ତ୍ରୀ ଭାବେ
ସେ ଆହୁରି ମଧ୍ୟ କହିଛନ୍ତି, ’ପହଲଗାମ୍ରେ ଲୋକଙ୍କ ଉପରେ ଆକ୍ରମଣ କରି ଆତଙ୍କୀମାନେ ଭାରତକୁ କଠୋର ଆଘାତ ଦେଇଥିଲେ । ଭାରତର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ସେମାନେ ଭାରତର ମୁଣ୍ଡକୁ ଆଘାତ ଦେଲେ ଆମେ ତାଙ୍କ ଛାତିକୁ ଚିରି ଆଘାତ ଦେଇଛୁ । ପାକିସ୍ତାନ ଯଦି ତାର ଏହି କ୍ଷତକୁ ଭରଣା କରିବାକୁ ଚାହୁଛି ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେବା ବନ୍ଦ କରୁ ବୋଲି କହିଛନ୍ତି ରାଜନାଥ ସିଂ ।