ଭିଜିଲାନ୍ସ ଜାଲରେ ଯାଜପୁର ଧର୍ମଶାଳାର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ

ଭୁବନେଶ୍ୱର,୧୫/୦୫:ଯାଜପୁର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୭ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଯାଜପୁର ରୋଡ୍ କହ୍ନେଇପୁରରେ ଥିବା ତାଙ୍କ ୪ ମହଲା କୋଠା, କଟକ ଚାଉଳିଆଗଞ୍ଜରେ ଥିବା ମେଟ୍ରୋ ଆପାର୍ଟମେଣ୍ଟରେ ଚଢାଉ ହେଉଛି । ସେହିପରି ଯାଜପୁର ଗରଡେଶ୍ବରରେ ଥିବା ପୈତୃକ ଘର, ଧର୍ମଶାଳରେ ଥିବା ସରକାରୀ ବାସଭବନ ଓ ଅଫିସରେ ରେଡ୍ ହେଉଛି । ଏହା ସହ ଭଦ୍ରକ ସାନବସନ୍ତ ଗାଁରେ ଥିବା ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଘରବାଡ଼ି ଜମିରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି ।

Leave a Reply

Your email address will not be published. Required fields are marked *