ଭୁବନେଶ୍ୱର,୧୪/୦୫: ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ନେଇ ସୂଚନା ମିଳିଛି । ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ତେବେ ଏନେଇ ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ ମଧ୍ୟ କରିଛି ପାରାଦୀପ ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ ବୋଲି ମଧ୍ୟ କୁହାଯାଉଛି। ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ ।ଏପଟେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ ISIର ଗୁପ୍ତଚର। ପାକିସ୍ତାନ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ଅଧିକାରୀଙ୍କୁ ‘ପର୍ସନା ନନ୍ ଗ୍ରାଟା’ ଘୋଷଣା କରିଛି ଭାରତ। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।