ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୩/୦୫: ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ବଙ୍ଗୋପସାଗର,ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ମେ ୨୭ ତାରିଖକୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ରାଜ୍ୟରେ ତାତିଠୁ ଅଧିକ ଅନୁଭୂତ ହେଉଛି ଗୁଳୁଗୁଳି । ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ରେକର୍ଡ ହୋଇଛି । ଫଳରେ ଭୁବନେଶ୍ବରରେ ଗୁଳୁଗୁଳି ଅସହ୍ୟ ହେଲାଣି । ସେହିପରି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବରରେ ୩୨ ଦଶମିକ ୭ ଡିଗ୍ରୀ ଟପିଲାଣି ତାପମାତ୍ରା। ଗତକିଛି ଦିନ ହେଲାଣି ପ୍ରବଳ ଖରା ସହ ଗୁଳୁଗୁଳି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହେଲେଣି। । ଦିନ ତାପମାତ୍ରା ବଢ଼ିବା ସହ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ୧୬ ତାରିଖ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

Leave a Reply

Your email address will not be published. Required fields are marked *